ବିଜେଡିରୁ ବିଦା ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡିରୁ ଦୁଇ ନେତାଙ୍କୁ ଆଜି ବହିଷ୍କାର କରାଯାଇଛି ।

ରେମୁଣା ବିଧାୟକ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର,୨୧/୦୯: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ନବୀନ ପଟ୍ଟନାୟକ ନିଜେ ଗଣମାଧ୍ୟମକୁ ଆସି ସୂଚନା ଦେଇଛନ୍ତି । ଏହା ସହ ଜନବିରୋଧି କାର୍ଯ୍ୟ ପାଇଁ ଦୁଇ ନେତାଙ୍କୁ ବହିଷ୍କୃତ କରାଯାଇଛି ବୋଲି ପ୍ରେସ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ପୂର୍ବରୁ ବିଜେଡି ଉପସଭାପତି ପଦରୁ ହଟାଯାଇଥିଲା । ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ସମ୍ବାଦ କର୍ମଚାରୀଙ୍କ ନାଁରେ ନକଲି ଆକାଉଂଟ କରି ଟଙ୍କା ଋଣ ନେଇଥିବାରୁ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଚଢାଉ କରାଯାଇଥିଲା । ଯାହା ଫଳରେ ଆଜି ବିଜେଡି ସଭାପତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।