ଓଡ଼ିଶା ଗସ୍ତ ପୂର୍ବରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଆଜି ଓଡ଼ିଶା ଆସୁଛନ୍ତି ମୋଦି

ନୂଆଦିଲ୍ଲୀ, ୦୫/୦୩/୨୦୨୪: ଓଡ଼ିଶା ଗସ୍ତର କିଛି ସମୟ ବାକି ଥିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ୍ସରେ ମୋଦି କହିଛନ୍ତି, “ମହାନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଅଦମ୍ୟ ମନୋବଳ ପିଢ଼ିପିଢ଼ିକୁ ପ୍ରେରଣା ଦେଉଛି। ଆମ ଦେଶ ପାଇଁ ତାଙ୍କର ଅବଦାନ ଏବଂ ବିକାଶ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ଉଦାହରଣୀୟ। ଆଜି ଏହି ସ୍ୱତନ୍ତ୍ର ଦିନରେ ମୁଁ ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପାଇଁ ଓଡ଼ିଶାବାସୀଙ୍କ ମଧ୍ୟରେ ରହିବାକୁ ଚାହୁଁଛି।”