ଅହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଆସାମର ଜୋରହାଟଠାରେ 'ଅହୋମ୍ ଜେନେରାଲ' ଲଚିତ ବୋରଫୁକାନଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ

ଆସାମ, ୦୯/୦୩/୨୦୨୪: ଆସାମର ଜୋରହାଟଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ଅହୋମ୍ ଜେନେରାଲ’ ଲଚିତ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ତିଓକ ନିକଟସ୍ଥ ହୋଲୋଙ୍ଗାପରଠାରେ ପ୍ରଧାନମନ୍ତ୍ରୀ ‘ଷ୍ଟାଚ୍ୟୁ ଅଫ୍ ଭେଲୋର’କୁ ଉନ୍ମୋଚନ କରିଥିଲେ।

ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରଧାନମନ୍ତ୍ରୀ ଅହୋମ ରୀତିନୀତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଜୋରହାଟରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ମୋତେ ଲଚିତ୍ ବୋରଫୁକାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ମିଳିଛି। ସେ ହେଉଛନ୍ତି ଆସାମର ସାହସର ପ୍ରତୀକ। ୨୦୨୨ମସିହାରେ ଆମେ ଦିଲ୍ଲୀରେ ଲଚିତ୍ ବୋରଫୁକାନଙ୍କ ୪୦୦ତମ ଜୟନ୍ତୀ ପାଳନ କରିଥିଲୁ।

ଉଲ୍ଲେଖଯୋଗ୍ୟ, ରାମ ବଂଜୀ ସୁତାରଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୨୫ ଫୁଟ ହୋଇଥିବା ବେଳେ ୨୦୨୨ ଫେବୃଆରିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପ୍ରତିମୂର୍ତ୍ତିର ଶିଳାନ୍ୟାସ କରିଥିଲେ। ଅହୋମ୍ ସାମ୍ରାଜ୍ୟର ଜଣେ କିମ୍ବଦନ୍ତୀ ସେନା କମାଣ୍ଡର ଲଚିତ୍ ବୋରଫୁକାନ ୧୬୭୧ ମସିହାରେ ରାଜା ରାମସିଂହ-୧ଙ୍କ ନେତୃତ୍ବାଧୀନ ମୋଗଲ ସେନା ବିରୋଧରେ ‘ସରାଇଘାଟ ଯୁଦ୍ଧ’ରେ ନେତୃତ୍ୱ ପାଇଁ ପ୍ରସିଦ୍ଧ।