ମ୍ୟାଜିକ ନମ୍ବର ଛୁଇଁଲା ବିଜେପି

ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି।

୭୫ ଆସନରେ ଲିଡ୍ କରୁଛି ବିଜେପି

ଭୁବନେଶ୍ବର, ୦୪/୦୬: ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।

୧୮ଟି ଲୋକସଭା ଆସନରେ ବିଜେପି ଆଗୁଆ ଥିବା ବେଳେ ୨ଟି ଆସନରେ ବିଜେଡି ଓ ୧ଟି ଆସନରେ କଂଗ୍ରେସ ସୀମିତ ଅଛି।

ସେହିପରି ବିଜେପି ବିଧାନସଭା ଆସନରେ ମ୍ୟାଜିକ୍ ନମ୍ବର ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୭୫ଟି ଆସନରେ ବିଜେପି ଲିଡ୍ କରୁଛି।

ପୂର୍ବାହ୍ନ ୧୦ଟା ୫୫ରେ ଆସନ ସଂଖ୍ୟାରେ ଆଗୁଆ ଥିବା ଦଳଗୁଡ଼ିକର ଟ୍ରେଣ୍ଡ୍ ନିମ୍ନରେ ଦିଆଯାଇଛି।

ବିଧାନସଭା ଆସନ:

ବିଜେପି -୭୫

ବିଜେଡି -୫୧

କଂଗ୍ରେସ -୧୪

ଅନ୍ୟମାନେ -୦୪