ଭାରତରେ କାର୍ଯ୍ୟରତ ୨ ବାଂଲାଦେଶୀ କୂଟନୀତିଜ୍ଞ ବହିଷ୍କୃତ

ମହମ୍ମଦ ୟୁନୁସ୍ ସରକାର ଭାରତରେ ଥିବା ୨ ବାଂଲାଦେଶ କୂଟନୀତିଜ୍ଞଙ୍କୁ ନିଲମ୍ବିତ କରିଛନ୍ତି।

ଶବାନ ମହମ୍ମଦ ଓ ରଞ୍ଜନ ସେନ କାର୍ଯ୍ୟରୁ ନିଲମ୍ବିତ

ନୂଆଦିଲ୍ଲୀ, ୨୬/୮: ବାଂଲାଦେଶର ଗଠନ ହୋଇଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତରେ କାର୍ଯ୍ୟରତ ଦୁଇ ଜଣ ବାଂଲାଦେଶୀ କୂଟନୀତିଜ୍ଞଙ୍କୁ ସେମାନଙ୍କ ଦାୟିତ୍ୱରୁ ବହିଷ୍କାର କରାଯାଇଛି। ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନର ପ୍ରଥମ ସଚିବ ଭାବେ କାର୍ଯ୍ୟରତ ଶବାନ ମହମୁଦଙ୍କୁ ଚୁକ୍ତି ଶେଷ ହେବା ପୂର୍ବରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ସେହିପରି କୋଲକାତାସ୍ଥିତ ବାଂଲାଦେଶୀ ଦୂତାବାସରେ କୂଟନୀତିଜ୍ଞ ରଂଜନ ସେନଙ୍କୁ ମଧ୍ୟ ତାଙ୍କ ଦାୟିତ୍ୱରୁ ବହିଷ୍କାର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ଧରି ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ। ଯାହା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ଅନ୍ତରୀଣ ସରକାର ଗଠନ ହୋଇଥିଲା। ତେବେ ଗତ କାଲି ଟେଲିଭିଜନ ଅଭିଭାଷଣରେ ସେ କହିଥିଲେ, ଆମେ ସବୁ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବୁ।