୪ ଦିନ ବନ୍ଦ ରହିବ ଅନଲାଇନ ପାସପୋର୍ଟ ସେବା ପୋର୍ଟାଲ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପିଏସପି ଡିଭିଜନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

୩୦ରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ, ୨୯/୮: ଆଜିଠୁ ୪ ଦିନ ଯାଏଁ ବନ୍ଦ ରହିବ ଅନଲାଇନ୍ ପାସପୋର୍ଟ ସେବା ପୋର୍ଟାଲ। ଆଜି (ଗୁରୁବାର) ରାତି ୮ଟାରୁ ସେପ୍ଟେମ୍ବର ୨ (ସୋମବାର) ସକାଳ ୬ଟା ପର୍ଯ୍ୟନ୍ତ ପାସପୋର୍ଟ ସେବା ପୋର୍ଟାଲ ବନ୍ଦ ରହିବ। ପାସପୋର୍ଟ ସେବା ପୋର୍ଟାଲ ବୈଷୟିକ ତ୍ରୁଟିର ସମାଧାନ ଓ ରକ୍ଷଣାବେକ୍ଷଣ ପାଇଁ ପାସପୋର୍ଟ ସେବା ପୋର୍ଟାଲ ବନ୍ଦ ରହିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପିଏସପି ଡିଭିଜନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଗଷ୍ଟ ୩୦ରେ ବୈଷୟିକ ରକ୍ଷଣାବେକ୍ଷଣ କାରଣରୁ ଅସ୍ଥାୟୀ ଭାବେ ସମସ୍ତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ବୁକ୍ ହୋଇଥିବା ସମସ୍ତ ଆପୋଏଣ୍ଟମେଣ୍ଟର ପୁନଃନିର୍ଦ୍ଧାରଣ କରାଯାଇଛି ଏବଂ ଆବେଦନକାରୀଙ୍କୁ ସେମାନଙ୍କ ପଞ୍ଜୀକୃତ ନମ୍ବରରେ ଏସଏମଏସ ମାଧ୍ୟମରେ ପୁନଃନିର୍ଦ୍ଧାରିତ ତାରିଖ ବିଷୟରେ ଅବଗତ କରାଯିବ।