ପ୍ରଧାନମନ୍ତ୍ରୀଙ୍କ ପରିବାରରେ ନୂଆ ସଦସ୍ୟ ସାମିଲ

ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ‘ଦୀପଜ୍ୟୋତି’

ନୂଆଦିଲ୍ଲୀ, ୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ନୂଆ ସଦସ୍ୟଙ୍କ ଶୁଭ ଆଗମନ ହୋଇଛି। ମୋଦିଙ୍କ ପରିବାରରେ ସାମିଲ ହୋଇଛନ୍ତି ନୂଆ ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗାଈ ଏକ ବାଛୁରୀକୁ ଜନ୍ମ ଦେଇଥିଲା, ଯାହାର ନାମ ପ୍ରଧାନମନ୍ତ୍ରୀ ମୋଦୀ ‘ଦୀପଜ୍ୟୋତି’ ରଖିଛନ୍ତି।

ପରିବାରରେ ନୂଆ ସଦସ୍ୟ ସାମିଲ ହେବା ଖବର ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ଆମ ଶାସ୍ତ୍ରରେ କୁହାଯାଇଛି- ଗାୱ: ସର୍ବସୁଖ ପ୍ରଦା:’। ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିବାରରେ ଜଣେ ନୂଆ ସଦସ୍ୟଙ୍କ ଶୁଭ ଆଗମନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରିୟ ଗୌମାତା ଏକ ନୂତନ ବାଛୁରୀକୁ ଜନ୍ମ ଦେଇଛନ୍ତି, ଯାହାର କପାଳରେ ଜ୍ୟୋତିର ଚିହ୍ନ ରହିଛି। ସେଥିପାଇଁ ମୁଁ ଏହାର ନାମ ‘ଦୀପଜ୍ୟୋତି’ ରଖିଲି।”