ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ

ହିଜବୁଲ୍ଲାର ବିଭିନ୍ନ ସ୍ଥାନକୁ ଟାର୍ଗେଟ

ଇସ୍ରାଏଲ, ୧୯/୦୯: ଇସ୍ରାଏଲ ଗୁରୁବାର ଦିନ ଲେବାନନରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଛି। ନିକଟରେ ଦେଶରେ ହୋଇଥିବା ୱାକି-ଟକି ଆକ୍ରମଣକୁ ନିନ୍ଦା କରି ହିଜବୁଲ୍ଲା ଏକ ଟେଲିଭିଜନ ଭାଷଣ ଦେବାର କିଛି ସମୟ ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏହି ଆକ୍ରମଣ ଆରମ୍ଭ କରିଥିଲା।

ହିଜବୁଲ୍ଲାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଆଇଡିଏଫ ଏବେ ଲେବାନନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଉପରେ ଟାର୍ଗେଟ କରି ଆକ୍ରମଣ କରୁଛି। ଦଶନ୍ଧି ଧରି ହିଜବୁଲ୍ଲା ସାଧାରଣ ନାଗରିକଙ୍କ ଘରଗୁଡିକୁ ଅସ୍ତ୍ରଶସ୍ତ୍ର କରିଛି। ଘର ତଳେ ସୁଡ଼ଙ୍ଗ ଖୋଳି ସାଧାରଣ ନାଗରିକମାନଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରି ଦକ୍ଷିଣ ଲେବାନନକୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିଛି ବୋଲି ଆଇଡିଏଫ ଏକ୍ସରେ ଏକ ପୋଷ୍ଟରେ କହିଛି।