ଜମ୍ମୁ, ୨୯/୧୦: ଭାରତୀୟ ସେନା ପକ୍ଷରୁ ଅଖନୁର ଅପରେସନ ସଫଳ ହୋଇଛି। ଅକ୍ଟୋବର ୨୮ ତାରିଖରେ ଜମ୍ମୁ-କଶ୍ମୀରର ଅଖନୁରର ବତାଲ ଅଞ୍ଚଳରେ ସେନାର ଏକ ଗାଡ଼ି ଉପରକୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ ସୀମା ପାର ଆତଙ୍କବାଦୀ। ଏହା ପରେ ଭାରତୀୟ ସେନା ଆରମ୍ଭ କରିଥିଲା ସର୍ଭିଲାନ୍ସ ଅପରେସନ। ଯାହାର ନା ରଖା ଯାଇଥିଲା ଅଖନୁର ଅପରେସନ।
ନାଗରୋଟା ମୁଖ୍ୟାଳୟ ହ୍ୱାଇଟ୍ ନାଇଟ୍ କର୍ପସ୍ କହିଛି ଯେ, ନିୟନ୍ତ୍ରଣ ରେଖା (ଏଲଓସି) ନିକଟବର୍ତ୍ତୀ ବଟ୍ଟାଲ (ଅଖନୁର)ର ଘେରାବନ୍ଦୀ ଅଞ୍ଚଳରେ ଆଜି ସକାଳେ ଗୁଳିଚାଳନା ଆରମ୍ଭ ହୋଇଥିଲା, ଯେଉଁଥିରେ ଶେଷରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ଏହି ଅଞ୍ଚଳରେ ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜୋରଦାର ଅପରେସନ ଜାରି ରହିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିଲେ।