ନ୍ୟୁଡ ଫଟୋସୁଟ୍ ମାମଲାରେ ପୋଲିସକୁ ଦୁଇ ସପ୍ତାହର ମହଲତ ମାଗିଲେ ରଣବୀର ସିଂ

ନୂଆଦିଲ୍ଲୀ: ବିଦେଶୀ ମାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରିବା ମାମଲାରେ ପୋଲିସ ରଣବୀର ସିଂଙ୍କୁ ଜାରି କରି ଅଗଷ୍ଟ ୨୨ରେ ବୟାନ ରେକର୍ଡ କରାଇବାକୁ କହିଥିଲା । ତେବେ ଗୋଟିଏ ଦିନ ପୂର୍ବରୁ ଅଭିନେତା ରଣବୀର ସିଂ ମୁମ୍ୱାଇ ପୋଲିସ ଠାରୁ ଦୁଇ ସପ୍ତାହର ସମୟ ମାଗିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଅଭିନେତା ରଣବୀର ସିଂ ଏକ ବିଦେଶୀ ମାଗାଜିନ ପାଇଁ ନ୍ୟୁଡ ଫୋଟସୁଟ କରାଇଥିଲେ। ତେବେ ଏହାକୁ ନେଇ ବିବାଦ ବଢିବା ପରେ ମୁମ୍ୱାଇ ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା । କେବଳ ଏହା ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପୋଲିସ ନୋଟିସ ଜାରି କରି ଅଗଷ୍ଟ ୨୨ରେ ହାଜର ହୋଇ ନିଜର ବୟାନ ରଖିବା ପାଇଁ ରଣବୀରଙ୍କୁ  କହିଥିଲା। ମୁମ୍ୱାଇ ପୋଲିସ ଅଭିନେତାଙ୍କୁ ନୋଟିସ ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା କିନ୍ତୁ ସେହି ସମୟରେ ସେ ଉପସ୍ଥିତ ନଥିଲେ ।

ଅନ୍ତର୍ଜାତୀୟ ମାଗାଜିନ ପାଇଁ ରଣବୀରଙ୍କ ନ୍ୟୁଡ ଫଟୋସୁଟ କରାଇଥିଲେ । ଏହି ଫୋଟ ଗୁଡିକ ସୋସିଆଲ ମିଡିଆରେ ବେଶ ବିତର୍କ ସୃଷ୍ଟି କରାଇଥିଲା । ବିଭିନ୍ନ ସଂଗଠନ ତାଙ୍କ  ବିରୋଧରେ ମାମଲା ରୁଜୁ କରାଯାଇଥିଲେ। ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି ବୋଲି ବିଭିନ୍ନ ସଂଗଠନ ଅଭିଯୋଗ କରିଥିଲେ।