ଏବେ ମିସ୍ ୟୁନିଭର୍ସ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇପାରିବେ ବିବାହିତ ମହିଳା

ନ୍ୟୁୟର୍କ: ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଏବେ ବିବାହିତ ମହିଳା ମଧ୍ୟ ଅଂଶଗ୍ରହଣ କରିପାରିବେ। ମିସ୍ ୟୁନିଭର୍ସ ସଂସ୍ଥା ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପେଜେଣ୍ଟରେ ମା ଓ ବିବାହିତ ମହିଳାମାନଙ୍କୁ ସୌନ୍ଧର୍ଯ୍ୟ ପ୍ରତିଯୋଗୀତାରେ ଭାଗ ନେବାକୁ ଅନୁମତି  ମିଳିବ। ତେବେ ଏପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା କେବଳ ୧୮ରୁ ୨୮ ବର୍ଷ ଅବିବାହିତ ମହିଳାଙ୍କ ଲାଗି ଉଦ୍ଧିଷ୍ଟ ଥିଲା।

ମିସ୍ ୟୁନିଭର୍ସ ପ୍ରତିଯୋଗୀତା ଲାଗି ପ୍ରାର୍ଥୀଙ୍କ ଅନୁନ୍ୟ ଯୋଗ୍ୟତା ୧୮ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ସହ ମହିଳା ସନ୍ତାନ ବିହୀନ ହୋଇଥିବେ। ଏଥିରେ ପ୍ରତିଯୋଗୀଙ୍କଠାରୁ ଏହା ମଧ୍ୟ ଆଶା କରାଯାଉଥିଲା ଯେ ସେମାନେ ଅବିବାହିତା ହୋଇଥାନ୍ତୁ। ତେବେ ଏକ ଇଣ୍ଟରନ୍ୟାସନାଲ ମେମୋ ଅନୁସାରେ ମହିଳାଙ୍କ ଜୀବନ ଉପରେ ତାଙ୍କର ଅଧିକାର ରହିବା ଦରକାର ବୋଲି କୁହାଯାଇଛି। ଏହା ଛଡା କୌଣସି ବ୍ୟକ୍ତିଙ୍କ ନିଷ୍ପତ୍ତି ତାଙ୍କ ସଫଳତା ରାସ୍ତାରେ ଯେପରି ପ୍ରତିବନ୍ଧକ ନ ହେଉ।