ଭାଷାଗତ ବିଭେଦକୁ ଦୂର କରେ ଅନୁବାଦ; ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ
ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୩୦ ସେପ୍ଟେମ୍ବର ୨୦୨୫
ଆନ୍ତର୍ଜାତୀୟ ଅନୁବାଦ ଦିବସ:- ବିଶ୍ୱସ୍ତରରେ ଅନୁବାଦକମାନଙ୍କ କାମକୁ ସ୍ୱୀକୃତି ଜଣାଇବା ନିମନ୍ତେ ପାଳିତ ହୁଏ ଆନ୍ତର୍ଜାତୀୟ ଅନୁବାଦ ଦିବସ। ଏହା ବାଇବେଲର ଅନୁବାଦକ ସେଣ୍ଟ ଜେରୋମଙ୍କର ଶ୍ରାଦ୍ଧାବାର୍ଷିକୀ, ୩୦ ସେପ୍ଟେମ୍ବର ଦିନ ପାଳନ କରାଯାଏ।
ସେଣ୍ଟ ଜେରୋମ ଉତ୍ତର-ପୂର୍ବ ଇଟାଲୀର ଜଣେ ପାଦ୍ରୀ ଥିଲେ, ଯିଏ ନୂତନ ନିୟମର ଗ୍ରୀକ୍ ପାଣ୍ଡୁଲିପିରୁ ଅଧିକାଂଶ ବାଇବେଲକୁ ଲାଟିନ୍ରେ ଅନୁବାଦ କରିଥିଲେ। ସେ ହିବ୍ରୁ ସୁସମାଚାରର କିଛି ଅଂଶକୁ ଗ୍ରୀକ୍ରେ ମଧ୍ୟ ଅନୁବାଦ କରିଥିଲେ। ସେ ଇଲିରିଆନ୍ ବଂଶଧର ଥିଲେ ଏବଂ ତାଙ୍କ ମାତୃଭାଷା ଇଲିରିଆନ୍ ଉପଭାଷା ଥିଲା। ସେ ସ୍କୁଲରେ ଲାଟିନ୍ ଭାଷା ଶିଖିଥିଲେ। ଗ୍ରୀକ୍ ଏବଂ ହିବ୍ରୁ ଭାଷାରେ ପ୍ରାଞ୍ଜଳ ଥିଲେ। ଜେରୋମ ୩୦ ସେପ୍ଟେମ୍ବର ୪୨୦ ରେ ବେଥଲେହମ୍ ନିକଟରେ ମୃତ୍ୟୁବରଣ କରିଥିଲେ।
ଏହି ଦିବସ ପାଳନ କରିବା ପାଇଁ ସ୍ୱୀକୃତି ଦେଇଥିଲା ଜାତିସଂଘ। ୧୯୯୧ ମସିହାରୁ ଜାତିସଂଘର ଆନ୍ତର୍ଜାତିକ ଅନୁବାଦକ ସଂଘଦ୍ୱାରା ଏହି ଦିବସ ପାଳିତ ହେଉଛି । ଆନ୍ତର୍ଜାତିକ ଅନୁବାଦକ ସଂଘ, ୧୯୫୩ ମସିହାରେ ସ୍ଥାପିତ ହୋଇଥିଲା। ୨୦୧୭ ମସିହା ମେ ମାସ ୨୪ତାରିଖରେ ମିଳିତ ଜାତିସଂଘରେ ୩୦ ସେପ୍ଟେମ୍ବର ଦିନ ଆନ୍ତର୍ଜାତିକ ଅନୁବାଦ ଦିବସ ପାଳନ କରିବା ଏକ ପ୍ରସ୍ତାବ ପାସ କରାଯାଇଥିଲା।
ଭାଷା ଅନୁବାଦ ଦ୍ୱାରା ପ୍ରତ୍ୟେକ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ଥାପନ ହୁଏ। ଆଲୋଚନା, ବୁଝାମଣା ଏବଂ ସହଯୋଗକୁ ସହଜ ହୁଏ। ବିକାଶରେ ଯୋଗଦାନ ବଢିବା ସହିତ ବିଶ୍ୱ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସାହିତ୍ୟିକ ହେଉ କି ବୈଜ୍ଞାନିକ କାର୍ଯ୍ୟ ଏବଂ ବୈଷୟିକ କାର୍ଯ୍ୟ, ପ୍ରତ୍ୟେକ କାର୍ଯ୍ୟରେ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିବା ଦ୍ୱାରା ସଭିଙ୍କ ପାଖରେ ତାହା ପହଞ୍ଚିଥାଏ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ପଣ୍ଡିତ ଶ୍ରଦ୍ଧାରାମ ଶର୍ମା ବା ‘ଶ୍ରଦ୍ଧାରାମ ଫିଲ୍ଲୌରୀ’ (୩୦ ସେପ୍ଟେମ୍ବର ୧୮୩୭ – ୨୪ ଜୁନ ୧୮୮୧), ଜଣେ ପ୍ରସିଦ୍ଧ ଜ୍ୟୋତିଷ। ତାଙ୍କ ଦ୍ୱାରା ଲିଖିତ ଅମର ଆରତୀ “ଓମ୍ ଜୟ ଜଗଦୀଶ ହରେ” ପାଇଁ ତାଙ୍କୁ ଯେଉଁ ପ୍ରସିଦ୍ଧି ମିଳିଥିଲା। ଏହି ଆରତୀ ୧୮୭୦ରେ ଶ୍ରଦ୍ଧାରାମ ଶର୍ମାଙ୍କ ଦ୍ୱାରା ରଚିତ ହୋଇଥିଲା।
୨. ଦୀପା ମାଲିକ (୩୦ ସେପ୍ଟେମ୍ବର ୧୯୭୦), ଜଣେ ଭାରତୀୟ ଆଥଲେଟ୍। ସେ ୩୦ ବର୍ଷ ବୟସରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ପାରାଅଲିମ୍ପିକ୍ ଗେମ୍ସରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଏବଂ ୨୦୧୬ ଗ୍ରୀଷ୍ମକାଳୀନ ପାରାଅଲିମ୍ପିକ୍ସରେ ସଟ୍ ପୁଟ୍ରେ ରୌପ୍ୟ ପଦକ ଜିତିଥିଲେ। ସେ ୨୦୧୮ ରେ ଦୁବାଇରେ ଅନୁଷ୍ଠିତ ପାରା-ଆଥଲେଟିକ୍ ଗ୍ରାଣ୍ଡ ପ୍ରିରେ F-53/54 ଜାଭେଲିନ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ରାମାନନ୍ଦ ଚାଟାର୍ଜୀ (୨୯ ମଇ ୧୮୬୫ – ୩୦ ସେପ୍ଟେମ୍ବର ୧୯୪୩), ଜଣେ ବିଶିଷ୍ଟ ସାମ୍ବାଦିକ ଥିଲେ। ସେ କୋଲକାତାରୁ ପ୍ରକାଶିତ ‘ମଡର୍ଣ୍ଣ ରିଭ୍ୟୁ’ ପତ୍ରିକାର ପ୍ରତିଷ୍ଠାତା, ସମ୍ପାଦକ ଏବଂ ମାଲିକ ଥିଲେ। ତାଙ୍କୁ “ଭାରତୀୟ ସାମ୍ବାଦିକତାର ଜନକ” ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ, ସେ ଜଣେ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ରାମାନନ୍ଦ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସମର୍ଥକ ଥିଲେ। କିଛି ବର୍ଷ ପରେ ସେ କଂଗ୍ରେସ ନ୍ୟାସନାଲିଷ୍ଟ ପାର୍ଟି ଏବଂ ହିନ୍ଦୁ ସଭାକୁ ସମର୍ଥନ କରିଥିଲେ।
୨. ସୁମିତ୍ରା କୁମାରୀ ସିହ୍ନା (୧୯୧୩ – ୩୦ ସେପ୍ଟେମ୍ବର ୧୯୯୪), ଜଣେ ଲୋକପ୍ରିୟ ହିନ୍ଦୀ କବୟିତ୍ରୀ ଏବଂ ଲେଖିକା ଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅବଦାନ ରଖିଥିଲେ। ସୁମିତ୍ରା କବି-ସମ୍ମିଳନରେ ମଧ୍ୟ ସୁମଧୁର ସ୍ୱରରେ କବିତା ପାଠ କରୁଥିଲେ। ସେ ଅଲ୍ ଇଣ୍ଡିଆ ରେଡିଓ ଲକ୍ଷ୍ନୌ ସହିତ ଜଡିତ ଥିଲେ। ସେ ଶିଶୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୯୮ – ଏହି ଦିନରେ ଆମେରିକୀୟ ସହର ନ୍ୟୁୟର୍କ ପ୍ରତିଷ୍ଠା ହୋଇଥିଲା।
୧୯୨୯ – ଏହି ଦିନ ପ୍ରଥମ ମଣିଷ ବହନକାରୀ ରକେଟ୍ ଉଡ଼ାଣ କରିଥିଲା।
୧୯୯୩ – ମହାରାଷ୍ଟ୍ରର ଔରଙ୍ଗାବାଦରେ ହୋଇଥିବା ଭୂମିକମ୍ପରେ ୧୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଯାଇଥିଲେ।
୨୦୦୨ – ପାକିସ୍ତାନରେ ମୌଳବାଦୀ ମୁସଲମାନମାନଙ୍କ ଦ୍ୱାରା ଏକ ମନ୍ଦିର ଭଙ୍ଗାଯାଇଥିଲା।
୨୦୦୩ – ବିଶ୍ୱନାଥନ ଆନନ୍ଦ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନସିପ୍ ଜିତିଥିଲେ।
୨୦୦୯ – ପ୍ରଖ୍ୟାତ ପ୍ଲେବ୍ୟାକ୍ ଗାୟକ ମାନ୍ନା ଦେଙ୍କୁ ୨୦୦୭ ମସିହା ପାଇଁ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
୨୦୧୦ – ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ବିବାଦୀୟ ବାବ୍ରି ମସଜିଦ ମାମଲାରେ ରାମଲାଲା, ନିର୍ମୋହୀ ଆଖଡ଼ା ଏବଂ ୱାକଫ୍ ବୋର୍ଡକୁ ତିନି ଭାଗରେ ଜମି ବଣ୍ଟନ କରିଥିଲେ।