୧୮% ରୁ ୧୦% କୁ ଖସିଲା ଭାରତ ଉପରେ ଆମେରିକୀୟ ଟାରିଫ

‘ଭାରତ ସହିତ ବାଣିଜ୍ୟ ଚୁକ୍ତି ଜାରି ରହିବ, କୌଣସି ପରିବର୍ତ୍ତନ ହେବ ନାହିଁ’

ୱାଶିଂଟନ ଡିସି, ୨୧/୦୨: ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଟାରିଫ ନିୟମ ଉପରେ ନିଷ୍ପତ୍ତି ପରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ସହିତ ବାଣିଜ୍ୟ ଚୁକ୍ତି ବଳବତ୍ତର ରହିଛି। ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଶୁଳ୍କ ଉପରେ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିବା ପରେ ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଟ୍ରମ୍ପ ଏହି ବିବୃତ୍ତି ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, “ମୁଁ ଭାବୁଛି ଆମର ଭାରତ ସହିତ ବହୁତ ଭଲ ସମ୍ପର୍କ ଅଛି ଏବଂ ଆମେ ଭାରତ ସହିତ ବାଣିଜ୍ୟ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ସମ୍ପର୍କ “ବହୁତ ଭଲ,” ମୁଁ କହିବି। ଭାରତ ପୂର୍ବରୁ ରୁଷଠାରୁ ତେଲ କିଣୁଥିଲା। କିନ୍ତୁ ଏବେ ସେମାନେ ତାହା କରୁନାହାଁନ୍ତି କାରଣ ଆମେ ସେହି ଭୟଙ୍କର ଯୁଦ୍ଧ (ରୁଷ-ୟୁକ୍ରେନ)କୁ ଶେଷ କରିବାକୁ ଚାହୁଁଛୁ ଯାହା ପ୍ରତି ମାସରେ ୨୫ ହଜାର ଲୋକଙ୍କୁ ହତ୍ୟା କରୁଛି। ସେମାନେ ଶୁଳ୍କ ଦେବେ, ଏବଂ ଆମେ ଶୁଳ୍କ ଦେବୁ ନାହିଁ।”

ଟ୍ରମ୍ପ ଆହୁରି କହିଛନ୍ତି ଯେ ସେ ମୁଖ୍ୟତଃ ଶୁଳ୍କ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ରୋକିଥିଲେ। “ମୁଁ କହିଲି, ‘ଦେଖ, ତୁମେ ଯୁଦ୍ଧ କରିବାକୁ ଚାହୁଁଛ, ଠିକ୍ ଅଛି, କିନ୍ତୁ ତୁମେ ଆମେରିକା ସହିତ ବାଣିଜ୍ୟ କରିପାରିବ ନାହିଁ, ଏବଂ ଉଭୟ ଦେଶକୁ ୨୦୦ ପ୍ରତିଶତ ଶୁଳ୍କ ଦେବାକୁ ପଡିବ।’ ତା’ପରେ ସେମାନେ ଫୋନ୍ କରି କହିଲେ, ‘ଆମେ ଶାନ୍ତି ସ୍ଥାପନ କରିଛୁ।'”

ପୂର୍ବରୁ, ଆମେରିକା ଏବଂ ଭାରତ ଏକ ବାଣିଜ୍ୟ ଚୁକ୍ତି ପାଇଁ ଏକ ଢାଞ୍ଚା ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ, ଟ୍ରମ୍ପ ରୁଷିଆ ତୈଳ କ୍ରୟ ଉପରେ ଭାରତ ପାଇଁ ଲାଗୁ କରାଯାଇଥିବା ୨୫ ପ୍ରତିଶତ ଶୁଳ୍କକୁ ହଟାଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଥିଲେ। ବାଣିଜ୍ୟ ଚୁକ୍ତି ଅନୁଯାୟୀ, ୱାଶିଂଟନ୍ ନୂଆଦିଲ୍ଲୀ ଉପରେ ଏକ କମ୍ ପାରସ୍ପରିକ ଶୁଳ୍କ ଲାଗୁ କରିଛି, ଏହାକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଥିଲା। ଏବେ ୧୮ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଛି ଆମେରିକା। ଏ ନେଇ ହ୍ୱାଇଟ ହାଉସ ସ୍ପଷ୍ଟ କରିଛି।

ବର୍ତ୍ତମାନ ସାରା ବିଶ୍ବ ପାଇଁ ଲଗାଇଥିବା ଟାରିଫ ଭାରତ ମଧ୍ୟ ଦେବ। ଆମେରିକାକୁ ରପ୍ତାନୀ ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଏହା ଲାଗୁ ହେବ। ଫେବୃଆରୀ ୨୪ରୁ ଆଗାମୀ ୧୫୦ ଦିନ ପାଇଁ ଏହି ଟାରିଫ ନିୟମ ଲାଗୁ ହେବ। ମୂଲ୍ୟବାନ ଖଣିଜ ପଦାର୍ଥ, ଔଷଧ, ବୈଦୁତିକ ସାମଗ୍ରୀରେ ଟାରିଫ ଛାଡ କରାଯାଇଛି।