ଇରାନର ଜୋରଦାର ହମଲା: ଜଳିଗଲା ଆମେରିକା ଦୂତାବାସ

୬ ଆମେରିକୀୟ ସୈନ୍ୟ ନିହତ

ରିୟାଦ, ୦୩/୦୩: ଇରାନ ସହିତ ଆମେରିକାର ଯୁଦ୍ଧରେ ଛଅ ଜଣ ଆମେରିକୀୟ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ ସହିତ ଏହାର ମିଳିତ ବିମାନ ଆକ୍ରମଣ ବୃଦ୍ଧି ପାଇବା ବେଳେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ୱାଶିଂଟନକୁ ଏହି ସୂଚନା ଦେଇଛନ୍ତି।

ଇରାନ ସହିତ ଚାଲିଥିବା ସଂଘର୍ଷରେ ଛଅ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି, ଆମେରିକାର କେନ୍ଦ୍ରୀୟ କମାଣ୍ଡ ରବିବାର ଏବଂ ସୋମବାର ଦିନ ଏହି ସଂଘର୍ଷରେ ପ୍ରଥମ ଆମେରିକୀୟ ମୃତାହତଙ୍କ ଘୋଷଣା କରିଛି।

ଆମେରିକା ଏବଂ ଇସ୍ରାଏଲ ଶନିବାର ଇରାନ ବିରୁଦ୍ଧରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଥିଲେ ଏବଂ ଏହାର ସର୍ବୋଚ୍ଚ ନେତାଙ୍କୁ ହତ୍ୟା କରିଥିଲେ। ଆଜିକୁ ଚତୁର୍ଥ ଦିନ ହୋଇଯାଇଥିଲେ ମଧ୍ୟ ଆକ୍ରମଣ ଜାରି ରହିଛି।

ସେପଟେ ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଦୁଇଟି ଡ୍ରୋନ୍ ଆକ୍ରମଣ କରିବା ଫଳରେ ଦୂତାବାସ ସମ୍ପୂର୍ଣ୍ଣ ଜଳିଯାଇଛି।