ସମସ୍ତ ମହିଳା ଓ ଝିଅଙ୍କ ପାଇଁ ଅଧିକାର, ନ୍ୟାୟ ଓ କାର୍ଯ୍ୟ; ଆନ୍ତର୍ଜାତୀୟ ମହିଳା ଦିବସ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୮ ମାର୍ଚ୍ଚ ୨୦୨୬

ଆନ୍ତର୍ଜାତୀୟ ମହିଳା ଦିବସ (International Women’s Day) ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଏ। ୧୯୦୮ରେ ନ୍ୟୁୟର୍କରେ ୧୫,୦୦୦ରୁ ଅଧିକ ମହିଳା କାମର ସମୟ କମାଇବା, ଭଲ ଦରମା ଓ ଭୋଟ୍‌ ଅଧିକାର ପାଇଁ ବିକ୍ଷୋଭ କରିଥିଲେ। ଯାହା ପରେ ୧୯୦୯ରେ ଆମେରିକାରେ ପ୍ରଥମ ଜାତୀୟ ମହିଳା ଦିବସ ପାଳନ ହୋଇଥିଲା। ୧୯୧୦ରେ ଡେନମାର୍କରେ ଅନ୍ତର୍ଜାତୀୟ ସମ୍ମିଳନୀରେ କ୍ଲାରା ଜେଟକିନ୍‌ଙ୍କ ପ୍ରସ୍ତାବରେ ଅନ୍ତର୍ଜାତୀୟ ମହିଳା ଦିବସର ଧାରଣା ଆସିଥିଲା। ୧୯୧୧ରେ ପ୍ରଥମ ଥର ପାଇଁ ଅଷ୍ଟ୍ରିଆ, ଡେନମାର୍କ, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡରେ ପାଳନ ହୋଇଥିଲା। ୧୯୭୫ରେ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇଥିଲା। ୨୦୨୬ ପାଇଁ ଅଫିସିଆଲ୍ ଥିମ୍ ହେଉଛି “Give To Gain”। ଜାତିସଂଘ (UN Women) ପକ୍ଷରୁ ମଧ୍ୟ ଏହି ବର୍ଷ “Rights. Justice. Action. For All Women and Girls” ଭଳି ଥିମ୍ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଅର୍ଥ “ସମସ୍ତ ମହିଳା ଓ ଝିଅଙ୍କ ପାଇଁ ଅଧିକାର, ନ୍ୟାୟ ଓ କାର୍ଯ୍ୟ”। ଏହା ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ ଅଧିକାର, ନ୍ୟାୟ ଉପରେ ଗୁରୁତ୍ୱାରୋପ କରୁଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଫରଦିନ ଖାନ୍ (ଜନ୍ମ — ୧୯୭୪) ବଲିଉଡ୍ ଅଭିନେତା ଓ ପ୍ରଯୋଜକ। ପ୍ରସିଦ୍ଧ ଅଭିନେତା ଫିରୋଜ ଖାଁଙ୍କ ପୁଅ। ତାଙ୍କର ରୋମାଣ୍ଟିକ୍ ଓ ଆକ୍ସନ୍ ଭୂମିକା ପାଇଁ ପରିଚିତ।

୨. ବସୁନ୍ଧରା ରାଜେ (ଜନ୍ମ — ୧୯୫୩) ରାଜସ୍ଥାନର ପ୍ରସିଦ୍ଧ ରାଜନେତ୍ରୀ ଓ ବିଜେପି ନେତ୍ରୀ। ରାଜସ୍ଥାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ (୨୦୦୩-୨୦୦୮ ଓ ୨୦୧୩-୨୦୧୮)। ରାଜସ୍ଥାନ ରାଜପରିବାରର ସଦସ୍ୟା (ଗ୍ୱାଲିୟର ରାଜକୁମାରୀ)। ରାଜ୍ୟର ବିକାଶ, ମହିଳା ସଶକ୍ତିକରଣ ଓ ପ୍ରଶାସନିକ ସୁଧାର ପାଇଁ ପରିଚିତ।

୩. ସାହିର ଲୁଧିଆନଭି (ଜନ୍ମ — ୧୯୨୧) ପ୍ରସିଦ୍ଧ ଉର୍ଦୁ ଓ ହିନ୍ଦୀ କବି ଓ ଗୀତିକାର। ବଲିଉଡ୍ ଫିଲ୍ମରେ ଅନେକ କ୍ଲାସିକ୍ ଗୀତ ଲେଖିଛନ୍ତି। ତାଙ୍କର ଗୀତରେ ସାମାଜିକ ବାସ୍ତବତା, ପ୍ରେମ ଓ ବିଦ୍ରୋହର ସ୍ୱର ଥିଲା।

୪. ହରମନପ୍ରୀତ କୌର (ଜନ୍ମ- ୧୯୮୯) ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପ୍ଟେନ୍। ଟି-୨୦ ଓ ଓଡ଼ିଆଇ ଦଳର କ୍ରିକେଟ ର। ୨୦୧୭ ମହିଳା ବିଶ୍ୱକପ୍ରେ ଅସାଧାରଣ ଶତକ (୧୭୧*) କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ବିଶ୍ୱର ପ୍ରମୁଖ ଆଲ୍‌ରାଉଣ୍ଡର ଭାବେ ପରିଚିତ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ବାଲାସାହେବ ଗଙ୍ଗାଧର ଖେର (ମୃତ୍ୟୁ — ୧୯୫୭) ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଆଇନଜୀବୀ ଓ ସାମାଜିକ କର୍ମୀ। ସ୍ୱାଧୀନ ଭାରତରେ ବମ୍ବେ ରାଜ୍ୟର (ବର୍ତ୍ତମାନର ମହାରାଷ୍ଟ୍ର ଓ ଗୁଜରାଟର ଅଂଶ) ପ୍ରଥମ ମୁଖ୍ୟମନ୍ତ୍ରୀ (୧୯୪୬-୧୯୫୨ ଓ ୧୯୫୨-୧୯୫୬)। ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ (୧୯୫୪)। ସତ୍ୟାଗ୍ରହ, ମହାତ୍ମା ଗାନ୍ଧୀଙ୍କ ସହଯୋଗୀ ଭାବେ ପରିଚିତ।

୨. ଅମର ସିଂ ଚାମକିଲା (ମୃତ୍ୟୁ – ୧୯୮୮) ପଞ୍ଜାବୀ ଲୋକସଙ୍ଗୀତର ପ୍ରସିଦ୍ଧ ଗାୟକ ଓ ଗୀତିକାର। “ପଞ୍ଜାବର ଏଲଭିସ୍” ଭାବେ ପରିଚିତ।

୩. ବିନୋଦ ମେହତା (ମୃତ୍ୟୁ — ୨୦୧୫) ପ୍ରସିଦ୍ଧ ସାମ୍ବାଦିକ, ସମ୍ପାଦକ ଓ ଲେଖକ। ଆଉଟଲୁକ୍ ମ୍ୟାଗାଜିନର ପ୍ରତିଷ୍ଠାତା ଓ ପୂର୍ବତନ ସମ୍ପାଦକ-ଇନ୍-ଚିଫ୍। ଡେକ୍କାନ୍ କ୍ରନିକଲ୍, ଇଣ୍ଡିଆନ୍ ଏକ୍ସପ୍ରେସ୍, ଦି ଇଣ୍ଡିଆନ୍ ପୋଷ୍ଟ୍ ଆଦିରେ ମଧ୍ୟ କାର୍ଯ୍ୟ କରିଥିଲେ। ସାହସୀ ସାମ୍ବାଦିକତା ଓ ସ୍ପଷ୍ଟବାଦିତା ପାଇଁ ପରିଚିତ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୩୫ — ଗୁଜରାଟର ସୁଲତାନ ବାହାଦୁର ଶାହ ଚିତ୍ତୌଡ଼ ଦୁର୍ଗ ଦଖଲ କରିଥିଲେ; ମେୱାଡ଼ର ରାଣୀ କର୍ଣ୍ଣାବତୀଙ୍କ ମୃତ୍ୟୁ ହୋଇଥିଲା।

୧୬୭୩ — ଛତ୍ରପତି ଶିବାଜୀ ମହାରାଜ ପନହାଳା ଦୁର୍ଗ ଜୟ କରିଥିଲେ।

୧୭୦୨ — ଇଂଲଣ୍ଡର ରାଣୀ ଆନ୍ (Queen Anne) ସିଂହାସନ ଆରୋହଣ କରିଥିଲେ।

୧୯୧୭ — ରୁଷିଆରେ ମହିଳାମାନଙ୍କ ଦ୍ୱାରା ବିକ୍ଷୋଭ ଆରମ୍ଭ ହୋଇ ଫେବ୍ରୁଆରୀ ବିପ୍ଳବ (February Revolution) ଆରମ୍ଭ ହୋଇଥିଲା

୧୯୪୨ — ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ସୈନ୍ୟ ବର୍ମାର ରାଙ୍ଗୁନ୍ (ବର୍ତ୍ତମାନ Yangon) ଦଖଲ କରିଥିଲେ।

୧୯୪୮ — ଏୟାର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ (ବର୍ତ୍ତମାନର Air India) ପ୍ରତିଷ୍ଠା ହୋଇଥିଲା।

୧୯୫୨ — ଭାରତର ପ୍ରଥମ ସାଧାରଣ ନିର୍ବାଚନ ମାର୍ଚ୍ଚ ୮ରୁ ଆରମ୍ଭ ହୋଇଥିଲା — ଏହା ସ୍ୱାଧୀନ ଭାରତର ଗଣତନ୍ତ୍ରର ଏକ ବଡ଼ ମାଇଲଖୁଣ୍ଟ ଥିଲା।

୧୯୭୯ – କମ୍ପାକ୍ଟ ଡିସ୍କ (CD) ପ୍ରକାଶ ପାଇଥିଲା

୨୦୧୪ — ମାଲେସିଆ ଏୟାରଲାଇନ୍ସ ଫ୍ଲାଇଟ୍ MH370 ଅଦୃଶ୍ୟ ହୋଇଯାଇଥିଲା — ବିଶ୍ୱର ସବୁଠାରୁ ବଡ଼ ରହସ୍ୟମୟ ବିମାନ ଦୁର୍ଘଟଣା।