ଭାରତର ନାରୀ ଶକ୍ତିକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ମହିଳାମାନେ ସମାଜ ପାଇଁ ପ୍ରେରଣାଦାୟୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୦୮/୦୩: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ନାରୀ ଶକ୍ତିକୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ବାର୍ତ୍ତାରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି। ଭାରତର ଅଭିବୃଦ୍ଧିରେ ସେମାନଙ୍କର ସମାନ ଯୋଗଦାନ ରହିଛି। ସେମାନଙ୍କର ଶକ୍ତି, ସ୍ଥିରତା ଏବଂ ସଫଳତା ପାଇଁ ଦେଶ ଗର୍ବ କରେ। ନରେନ୍ଦ୍ର ମୋଦି ସରକାରରେ ମହିଳାମାନେ ସଶକ୍ତ ହେଉଛନ୍ତି। ମହିଳାମାନେ କେବଳ ପରିବାରର ମୂଳଦୁଆ ନୁହନ୍ତି, ସମାଜ ପାଇଁ ପ୍ରେରଣାଦାୟୀ।