ଜ୍ୟାକଲିନଙ୍କୁ ଝଟକା, ଅସୁସ୍ଥ ମା’ଙ୍କୁ ଦେଖିବାକୁ ମିଳୁ ନାହିଁ ଅନୁମତି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ କୋର୍ଟ ଝଟକା ଦେଇଛି। ସେ ତାଙ୍କ ଅସୁସ୍ଥ ମା’ଙ୍କୁ ଡିସେମ୍ବର ୨୫ରୁ ଜାନୁଆରି ୫ ପର୍ଯ୍ୟନ୍ତ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ତେବେ ଦିଲ୍ଲୀର ଏକ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରି ବିଦେଶ ଯିବାକୁ ଅନୁମତି ଦେଇନାହିଁ।

ଜ୍ୟାକଲିନଙ୍କ ଏହି ଆବେଦନକୁ ନେଇ  କୋର୍ଟ କହିଛନ୍ତି, ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଜ୍ୟାକଲିନଙ୍କ ମାମଲାର ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଅଛି। ସେଥିପାଇଁ ପ୍ରଥମେ ଚାର୍ଜଗୁଡିକ ଫ୍ରେମ କରାଯାଉ। ତା’ପରେ ଜ୍ୟାକଲିନ ବିଦେଶ ଯାଇ ପାରିବେ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ। ଏଥିସହିତ କୋର୍ଟ କହିଛନ୍ତି ଜ୍ୟାକଲିନ ତାଙ୍କ ମା’ଙ୍କ ଏଭଳି ଅବସ୍ଥା ସମୟରେ ଦେଖା କରିବା ବି ଉଚିତ, କିନ୍ତୁ କିଛିଟା ନିୟମ ହେତୁ ତାଙ୍କର ଏଭଳି ଆବେଦନକୁ ମଞ୍ଜୁରୀ ଦିଆଯାଇ ପାରୁନାହିଁ। ।