ଆଜି ୱାର୍ଲଡ ଇମୋଜି ଡେ, ତେବେ ଆସନ୍ତୁ ପ୍ରଥମେ ଜାଣିବା ଇମୋଜି କଣ ?

ପ୍ରତିବର୍ଷ ଜୁଲାଇ ୧୭ ତାରିଖରେ ୱାର୍ଲଡ ଇମୋଜି ଡେ ଭାବେ ପାଳନ କରାଯାଇଥାଏ। ମୋବାଇଲରେ ଏସଏମଏସ୍ ହେଉ ଅଥବା ସୋସିଆଲ ମିଡିଆ, କୌଣସି ଭାବନା ବ୍ୟକ୍ତ କରିବା ଲାଗି ଆମ ଭାବନା ସହ ମେଳ ଖାଉଥିବା ଏକ ଇମୋଜି ଖୋଜି ଥାଉ। ହ୍ୱାଟସ୍ ଆପଠାରୁ ଆରମ୍ଭ କରି ଇଂଷ୍ଟା, ଟ୍ୱିଟର ଓ ଫେସବୁକ୍‌ରେ ଆମେ ପ୍ରାୟ ଦିନ ଇମୋଜି ଖୋଜିବା ସହ ଆମ ବାର୍ତ୍ତା ସହ ମେଳ ଖାଉଥିବା ଇମୋଜିକୁ ବ୍ୟବହାର କରିଥାନ୍ତି।

World Emoji Day 2020: Popular Form Of Expression - Beyond Pink World

ସୂଚନା ଅନୁସାରେ, ବିଶ୍ୱବ୍ୟାପୀ ୯୦ କୋଟି ଲୋକେ ଦୈନିକ ଇମୋଜି ସର୍ଚ୍ଚ କରନ୍ତି। ଖାସ ଏହି କାରଣରୁ ୨୦୧୫ ମସିହାରେ ଅକ୍ସଫର୍ଡ ଡିକ୍ସିନାରୀ ଇମୋଜିକୁ ‘ୱାର୍ଡ ଅଫ ଦି ଇୟର’ ଘୋଷଣା କରିଥିଲେ। ବିଗତ କେତେବର୍ଷ ହେଲାଣି ଆମେ ଇମୋଜି ବ୍ୟବହାର କରିଆସୁଛେ, ହେଲେ ଆମ ଭିତରୁ ଅନେକ ଏହାର ସଠିକ ଅର୍ଥ କଣ ଜାଣି ନଥିବା। ତେବେ ୱାର୍ଲଡ ଇମୋଜି ଡେରେ ଆସନ୍ତୁ ଜାଣିବା ଏହାର ବାସ୍ତବିକ୍‌ ଅର୍ଥ କ’ଣ?

TheSocialTalks - World Emoji Day

😊ଇମୋଜି କ’ଣ ?
ଇମୋଜି ଏକ ଫଟୋଗ୍ରୋଫ, ଯାହା ଜାପାନୀ ଶବ୍ଦ ‘ଇ’ ଅର୍ଥାତ ପିକଚର (ଛବି) ଓ ମୋଜି ଅର୍ଥାତ କ୍ୟାରେକ୍ଟର ଏହା ମିଶି ଇମୋଜି ଶବ୍ଦ ସୃଷ୍ଟି ହୋଇଛି। ଇମୋଜି ଇଂରାଜୀ ଶବ୍ଦ ଇମୋସନ ଓ ଇମୋଟିକନ ସହ ମଧ୍ୟ ପ୍ରାୟ ମେଳ ହେଉଛି। ଇମୋଜି ଏକ ଛୋଟ ଡିଜିଟାଲ ଇମେଜ ବା ଆଇକନ ଯାହାକୁ ଆମେ ଆମର ଭାବନା ବ୍ୟକ୍ତ କରିବା ପାଇଁ ପ୍ରାୟ ଉପଯୋଗ କରିଥାଏ। ଏହି ଇମୋଜି ଗୁଡିକର ରଙ୍ଗ ହଳଦିଆ ହୋଇଥାଏ, କାରଣ ଏହି ରଙ୍ଗ ଇମୋସନକୁ ସଠିକ ବ୍ୟକ୍ତ କରିପାରେ।