ମୁମ୍ବାଇ, ୩୦/୧୦: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଗୋଟିଏ ଅଜଣା ନମ୍ବରରୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି। ଯାହା ପରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ମୁମ୍ବାଇ ପୋଲିସ। ଧମକପୂର୍ଣ୍ଣ ମେସେଜରେ ଉଲ୍ଲେଖ ରହିଛି ଯେ, ଯଦି ଅଭିନେତା ୨ କୋଟି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ପ୍ରାରମ୍ଭରେ ମୁମ୍ବାଇ ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ଡେସ୍କକୁ ଅଭିନେତାଙ୍କ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଯେଉଁଥିରେ ସଲଭାନଙ୍କଠାରୁ ୫ କୋଟି ଟଙ୍କା ମାଗିଥିଲା ଅଭିଯୁକ୍ତ। ଏହି ଘଟଣାରେ ପୁଲିସ ଜାମସେଦପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସଲମାନ ଖାନ ଏବଂ ଏନସିପି ନେତା ଜିଶାନ ସିଦ୍ଦିକିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ସୋମବାର ଉତ୍ତରପ୍ରଦେଶର ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।