କ୍ୱେଟା, ୩୦/୯: ମଙ୍ଗଳବାର ଦିନ ଫ୍ରଣ୍ଟିୟର୍ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ବାହାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏକ କାରରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ହେବା ପରେ କ୍ୱେଟା ଥରି ଉଠିଥିଲା କ୍ୱେଟା। ଏହି ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୨୦ ରୁ ଅଧିକ ଆହତ ହୋଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ବେଲୁଚିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବଖ୍ତ ମହମ୍ମଦ କାକର ମୃତକଙ୍କ ସଂଖ୍ୟା ନିଶ୍ଚିତ କରି କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ଏହି ବିସ୍ଫୋରଣର କାରଣ ଜାଣିବା ପାଇଁ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରାଯାଇଛି।
ଆହତ ଏବଂ ମୃତକମାନଙ୍କୁ ସିଭିଲ୍ ହସ୍ପିଟାଲ୍, କ୍ୱେଟାକୁ ନିଆଯାଇଥିଲା। ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ କାକର ଏବଂ ସ୍ୱାସ୍ଥ୍ୟ ସଚିବ ମୁଜିବ-ଉର-ରେହମାନଙ୍କ ନିର୍ଦ୍ଦେଶରେ ଅନ୍ୟ ହସ୍ପିଟାଲରେ ମଧ୍ୟ ବେଡ୍ ସଂରକ୍ଷିତ କରି ରଖା ଯାଇଥିଲା।
ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହା ମାଇଲ୍ ଦୂରରେ ଶୁଣାଯାଇଥିଲା। କୌଣସି ଗୋଷ୍ଠୀ ଏସୀୟ ବିସ୍ଫୋରଣ ପାଇଁ ଦାବି କରିନଥିଲେ ମଧ୍ୟ ବେଲୁଚିସ୍ତାନରେ ସକ୍ରିୟ ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକ ଉପରେ ସନ୍ଦେହ କରାଯାଉଛି।
ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଠାରେ ନିଷିଦ୍ଧ ବାଲୁଚ୍ ଲିବରେସନ୍ ଆର୍ମି ଭଳି ଗୋଷ୍ଠୀ ସକ୍ରିୟ ଅଛନ୍ତି।