ନୂଆଦିଲ୍ଲୀ, ୦୭/୦୩: ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି। ଆସନ୍ତା ମାର୍ଚ୍ଚ ୯, ୧୦ ଏବଂ ୧୧ ରେ ହେବାକୁ ଥିବା CBSE ଶ୍ରେଣୀ ପରୀକ୍ଷା ମଧ୍ୟପ୍ରାଚ୍ୟର ଅନେକ ଦେଶରେ ସ୍ଥଗିତ ରଖାଯାଇଛି। ବୋର୍ଡ କହିଛି ଯେ ନୂତନ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ। ବୋର୍ଡ କହିଛି ଯେ, ଚାଲିଥିବା ଆଞ୍ଚଳିକ ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା।
CBSE ବୋର୍ଡ ଅନୁଯାୟୀ, ବାହାରିନ, ଇରାନ, କୁୱେତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର CBSE ସ୍କୁଲଗୁଡ଼ିକରେ ପରୀକ୍ଷା ସ୍ଥଗିତ ରଖାଯାଇଛି। ସେହିପରି ମଧ୍ୟପ୍ରାଚ୍ୟରେ ମାର୍ଚ୍ଚ ୭ରୁ ୧୧ ଯାଏଁ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। CBSE ବୋର୍ଡ ମାର୍ଚ୍ଚ ୧୦ରେ ପରିସ୍ଥିତି ସମୀକ୍ଷା କରିବା ପରେ ମାର୍ଚ୍ଚ ୧୨ କିମ୍ବା ତା’ପରେ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍କୁଲ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।