ହାଇଦ୍ରାବାଦ, ୦୭/୦୩: ୧୩୦ ମାଓବାଦୀ ସାମୁହିକ ଆତ୍ମସମର୍ପଣ କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ସାମୁହିକ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୩ ରାଜ୍ୟ କମିଟି ସଦସ୍ୟ ଅଛନ୍ତି।
ସମସ୍ତେ ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ)ର ସଦସ୍ୟ। ସେମାନଙ୍କ ମଧ୍ୟରୁ ଜଣେ ଆଞ୍ଚଳିକ କମିଟି ସଦସ୍ୟ, ୧୦ ଡିଭିଜନାଲ କମିଟି ସଦସ୍ୟ ଅଛନ୍ତି। ୪୬ ଜଣ କ୍ଷେତ୍ର କମିଟି ସଦସ୍ୟ ଓ ୭୦ ଦଳୀୟ ସଦସ୍ୟ ଅଛନ୍ତି।
ଆତ୍ମସମର୍ପଣ କରିବା ସହିତ ମାଓବାଦୀମାନେ ପୋଲିସକୁ ୧୨୪ଟି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି। ୧ଟି INSAS LMG ରାଇଫଲ୍, ୩୧ଟି AK-୪୭ ରାଇଫଲ୍, ୨୧ଟି INSAS ରାଇଫଲ୍, ୨୦ଟି SLR ରାଇଫଲ୍ ହସ୍ତାନ୍ତର କରିଛନ୍ତି। ୧୮ଟି ପଏଣ୍ଟ ୩୦୩ ରାଇଫଲ୍ ଓ ୩୩ଟି ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ହସ୍ତାନ୍ତର କରିଛନ୍ତି।