କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଆସିଲା ଆସ୍ୱସ୍ତିକର ଖବର

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବାସ୍ଥା ନେଇ ଗତ କିଛିଦିନ ହେବ ଖରାପ ଖବର ଶୁଣିବାକୁ ମିଳୁଥିଲା। ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲୋ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଯେଉଁ ଖବର ଆସିଛି ତାହା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଆଶା ସଞ୍ଜଚରି ଯାଇଛି।

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଆଉ ସଂକଟ୍ଟାପନ୍ନ ନାହିଁ। ସେ କ୍ରିଟିକାଲ କଣ୍ଡିସନରୁ ବାହାରି ସାରିଛନ୍ତି। ଧୀର ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି ତାଙ୍କ ସାନ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ ତାରିଖରେ ହୃଦଘାତରେ ଶିକାର ହେବା ପରଠାରୁ ସେ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଦୁଇଦିନ ତଳେ ସେ ଗୁରୁତର ହୋଇପଡ଼ିଥିଲେ। ଫଳରେ ଲୋକମାନଙ୍କ ମନରେ ନାନା ଆଶଙ୍କା ଦେଖା ଦେଇଥିଲା।

ହେଲେ ଆଜି ଏସବୁ ଆଶଙ୍କାକୁ ଦୂର କରି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ। ଏକ ଭିଡିଓ ମେସେଜ୍ ଦେଇ ଗୁଜବରେ ବିଶ୍ୱାସ ନ କରିବାକୁ ସେ ରାଜୁଙ୍କ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଛନ୍ତି।